ପ୍ରବାସୀଦିବସ ପାଳନ

ମହାନଦୀ ଫେଷ୍ଟିଭାଲ ଉଦଘାଟିତ

କଟକ,୭ା୧(ଏସଏସନିଉଜ)ପ୍ରବାସୀ ଭାରତୀୟଦିବସ ପାଳନଉପଲକ୍ଷେ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ରେଭେନ୍ସା ବାଳିକା ଉଚ୍ଚବିଦୟାଳୟରେ ଜିଲ୍ଲାସ୍ତରୀୟ ପ୍ରବାସୀଭାରତୀୟଦିବସ ପାଳନସ୍ଵରୂପ ସେମାନଙ୍କ ଉଦ୍ଧେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇକ୍ଲିଙ୍ଗ ସହ ବିଭିନ୍ନ ପ୍ରତିଯୋଗୀତା ମାନ ଅୟୋଜନ କରାଯାଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗରନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ କଟକରେ ନୂତନବାତାବରଣ ସୃଷ୍ଟିସମ୍ବନ୍ଧରେ ଆଲୋଚନାକରି କହିଲେଯେ ପ୍ରବାସୀ ଭାରତୀୟଙ୍କ ଆଗମନ ତଥା ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସହରର ସମସ୍ତ ଅଞ୍ଚଳ ରାସ୍ତା ଘାଟ ଆଦି ବିଭିନ୍ନ ଚିତ୍ରକଳାରେ ସଜେଇ ହୋଇଛି।
ପରେପରେ ସନ୍ଧ୍ୟାରେ ସିଲଭର୍ ସିଟି ବୋଟ କ୍ଲବଠାରେ ସେମାନଙ୍କ ଉଦ୍ଦେଶ୍ୟରେ ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ମହାନଦୀ ଫେଷ୍ଟିଭାଲର ଆୟୋଜନକରାଯାଇଛି।ଏଠାରେ ପାରମ୍ପାରିକ ଖାଦ୍ୟ ସହ ଉଭୟ ଓରମାସ ଓ ମିଶନ ଶକ୍ତି ମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ହସ୍ତଶିଳ୍ପ,ହସ୍ତତନ୍ତ,ପଥର ଓ ତାରକସୀ ପଦାର୍ଥ ଏବଂ ମାଣିଆବନ୍ଧ ଶାଢ଼ୀ ଆଦି ପ୍ରଦର୍ଶିତ ହୋଇଛି।ଏଥି ସହ ସାସ୍କୃତିକ କାର୍ଯ୍ଯକ୍ରମ ଜରିଆରେ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଉଛି। ଉଭୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନିଆଳି ବିଧାୟକ ଛବି ମଲ୍ଲିକ ସଂଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଉପସ୍ଥିତ ଥିଲେ।

Comments (0)
Add Comment