ରାଉରକେଲା,୫/୨(ଏସଏସନିଉଜ) ରାଉରକେଲା ଓ ନିକଟସ୍ଥ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଡରାଇବା ସହିତ ଜୋର ଜବରଦସ୍ତ ବଟି ମାଗିବା ନେଇ ବେଶ ଚର୍ଚ୍ଚାରେ ରହିଥିବା ଦୁର୍ଦ୍ଦାନ୍ତ ପି.ଏଲ.ଏଫ.ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା ପେଲିସହାତରେ ଧରାପଡିଛି । ରାଉରକେଲା ପୋଲିସ ଆସାମରୁ ଅର୍ଜୁନକୁ ଗିରଫ କରିବାସହ ତା ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ମଧ୍ୟ ଜବତ କରିଛି । ଅର୍ଜୁନ ରାଣା ରାଉରକେଲା ଓ ସୁନ୍ଦରଗଡ଼ ପୁଲିସରର ମୋଷ୍ଟ ୱାଣ୍ଟେଡ ଅପରାଧୀ ଭାବେ ରହିଥିଲା ।