ପର୍ଯ୍ୟଟକଙ୍କ ଭ୍ୟାନିଟରୁ ଚୋରି କରି ମହିଳା ଗିରଫ

ବାରଙ୍ଗ,୩୧/୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଚୋରି ଉଦ୍ୟମ କରି ଜଣେ ଗିରଫ।ଗିରଫ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ଵର ୟୁନିଟ ୩ ପ୍ରେସ କଲୋନୀର ଲକ୍ଷ୍ମୀ ରେଡ୍ଡୀ (୨୫)।ସୂଚନା ମୁତାବକ ରବିବାର ବାଲିଅନ୍ତା ଥାନା ବଇଁଚୁଆ ଅଞ୍ଚଳର ପୁଷ୍ପାଞ୍ଜଳି ସାହୁ ସପରିବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିଲେ।ଏହି ସମୟରେ ଜଣେ ଅପରିଚିତ ମହିଳା ତାଙ୍କ ବ୍ୟାଗ୍ ଭିତରୁ ଟଙ୍କା ଚୋରୀ କରି ଖସି ପଳାଉଥିବା ବେଳେ ପରିବାର ଲୋକେ ଓ ସେଠାରେ ଉପସ୍ଥିତ ଲୋକେ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ମହିଳାଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରି ତା ନିକଟରୁ ଏକ ହଜାର ଟଙ୍କା ଜବତ କରିଛି।ଏନେଇ ଆଇପିସି ର ଧାରା ୩୭୯ ରେ ନନ୍ଦନକାନନ ଥାନା ପୋଲିସ କେସ ନଂ ୧୫/୨୨ ଆଧାରରେ ଉକ୍ତ ମହିଳାଙ୍କୁ ରବିବାର କୋର୍ଟ ଚାଲାଣ କରିଛି।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment