ଆଠଗଡ଼,୪/୧୧(ଏସଏସ ନିଉଜ)ପରିତ୍ୟକ୍ତ କୂଅରୁ ମିଳିଲା ହରିଣର ମୃତଦେହ।ହରିଣ ଟି ମରିପଡିଥିବାବେଳେ ବନବିଭାଗ ପାଖରେ ଖବର ନଥିବାର ଜଣାପଡିଛି।ଆଠଗଡ଼ ଵନଖଣ୍ଡ ଆଠଗଡ଼ ରେଞ୍ଜର ବନଖଣ୍ଡ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରେ ଏହି ହରିଣ ଟି ପଡ଼ି ପାଚିଯାଇଥିବାର ଜଣାପଡିଛି।କେବେ ହରିଣ ଟି ମରିଛି ସେ ବିଷୟରେ ବନବିଭାଗ ଜାଣିନଥିବାର ଜଣାପଡିଛି।ଜଙ୍ଗଲ ଭିତରେ ଗୋରୁ ଚରାଇବା ପାଇଁ ଯାଇଥିବା କିଛି ଲୋକ ଏହାକୁ ଦେଖିବାପରେ ଏହି ଘଟଣା ବାହାରକୁ ଆସିଥିଲା।ଏହି ଖବର ପାଇ ବନବିଭାଗ ପହଁଚି ୧୫ କେଜି ଓଜନର ମୃତମାଈ ହରିଣଟିକୁ ଜବତ କରିଛି ।
ପରିତ୍ୟକ୍ତ କୂଅରୁ ମିଳିଲା ହରିଣର ମୃତଦେହ
