ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨, ସମିତି ସଭ୍ୟଙ୍କ ପାଇଁ ୧୯ଟି ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର , ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନ ସହିତ ୧୯ ପ୍ରକାର ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, ମାଛ, ସୂର‌୍ୟ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍, ବସ ଭଳି ସଂକେତ ଜାରି ହୋଇଛି ।

Comments (0)
Add Comment