ଭୁବନେଶ୍ୱର,୭/୨(ଏସଏସନିଉଜ) ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସୁଚନା ଅନୁଯାୟୀ ରାଜନୈତିକ ସଭାକୁ ଅନୁମତି ମିଳିଥିବାବେଳେ ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ । ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ୨୦ ଜଣରେ ହିଁ କ୍ୟାମ୍ପେନିଂ କରାଯାଇପାରିବ । କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରଖାଯାଇଛି ।