ପାଇଖାନା ଟାଙ୍କିରେ ପଡ଼ି ୨ ଶିଶୁ ମୃତ

ଭୁବନ, ୧/୮(ଏସଏସନିୟୁଜ) ସନ୍ଧ୍ୟାରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ି ପ୍ରିୟତମା (୬) ଓ ଶ୍ରୁତି (୪) ନାମକ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁ ପାତ୍ରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରିୟତମା ଓ ଶ୍ରୁତି ସନ୍ଧ୍ୟା ସମୟରେ ଦୌଡ଼ାଦୌଡ଼ି ହୋଇ ଖେଳୁଥିବାବେଳେ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ।ଦୀର୍ଘ ସମୟ ପର‌୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ସଂଦେହରେ ପଡ଼ୋଶୀଙ୍କ ଖୋଲା ପାଇଖାନା ଟାଙ୍କି ଦେଖିବାରୁ ଉଭୟେ ଭିତରେ ପଡ଼ିଥିବା ଜଣାପଡ଼ିଥିଲା। ଦୁଇ ଶିଶୁକୁ ପାଇଖାନା ଟାଙ୍କିରୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Comments (0)
Add Comment