ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଜାନୁଆରୀ ୧ ତାରିଖରୁ ଆରମ୍ଭହେବ ମହାପ୍ରଭୁଙ୍କ ଧାଡିଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନାଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକଭାବେ ଡିସେମ୍ବର ୩୦ ଓ ୩୧ତାରିଖରେ ଧାଡି ଦର୍ଶନହେବ ।ଜାନୁଆରର ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ ।ସାତପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି ଏବଂ ଗାରଦଦ୍ୱାର ଦେଇ ପ୍ରସ୍ଥାନକରିବେ ।ଘଣ୍ଟିଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ବାହାରିବେ ।ଗାରଦଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବାର ବନ୍ଦୋବସ୍ତ କରାଯାଇଛି।

Comments (0)
Add Comment