ଶାଗୁଣା ଅସୁସ୍ଥ ,ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ୧୬|୧୦(ଏସଏସନିଉଜ) ବୁଧବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୮୦ ନମ୍ୱର ଖୁଆଡ ରେ ରହୁଥିବା ଏକ ଭାରତୀୟ ଶାଗୁଣା ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଛି । ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା । ଖୁଆଡରେ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆଜି କର୍ତ୍ତୁପକ୍ଷ ଚିକିତ୍ସା ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନକୁ ଆଣିଛନ୍ତି। ସେଠାରେ ଚିକିତ୍ସକମାନେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। ସେହିପରି ବୁଧବାର ବିଳମ୍ବିତ ରାତିରେ ରାଉଲକେଲା ବନାଞ୍ଚଳ ରୁ ଏକ ହାତୀଛୁଆ ଉଦ୍ଧାର ହୋଇ ନନ୍ଦନକାନନରେ ଆସି ପହଁଚିଛି । ରାଉଲକେଲା ସହର ନିକଟବର୍ତ୍ତୀ ବନ୍ଧମୁଣ୍ଡା ଠାରେ ରେଳ ଲାଇନ ପାର୍ ହେଉଥିବା ବେଳେ ୨୫ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଛୁଆ ଟ୍ରେନ ଧକ୍କା ରେ ମୃତ୍ୟୁ ହୋଇଥିବା ବେଳେ ଏହି ହାତୀଛୁଆଟି ହାତୀପହ୍ଲଠାରୁ ଅଲଗା ହୋଇଯାଇଥିଲା । ଛୁଆଟି ତା ମାପାଖକୁ ଫେରିଯିବାପାଇଁ ବନବିଭାଗ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ଫେରିପାରିନଥିଲା । ଛୁଆଟିର ସୁରକ୍ଷା ଦୃଷ୍ଟିରୁ ସେଠାକାର ବନକର୍ମଚାରୀମାନେ ଆଣି ନନ୍ଦନକାନନରେ ଛାଡିଛନ୍ତି ।ନନ୍ଦନକାନନରେ ଛୁଆଟି ପହଁଚିବାପରେ ତାକୁ ଡାକ୍ତରଖାନାରେ ରଖାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଛି ।

Comments (0)
Add Comment