ନିଖୋଜ ବୃଦ୍ଧକୁ ଉଦ୍ଧାର କଲେ ଗ୍ରାମବାସୀ

ବାରଙ୍ଗ, ୧୫|୧୦ (ଏସଏସନିଉଜ)
ମଙ୍ଗଳବାର ରାତିରେମରିଚିଆ ଗ୍ରାମରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ମାନେ ପୋଲିସର ଜିମା ଦେଇଛନ୍ତି ।ବୃଦ୍ଧ ଜଣକ ପୁରୀ ଜିଲ୍ଲା କଣାସ ଥାନା ଗଡ଼ସାନଫୁଟ ଅଞ୍ଚଳର ଜାଗେଶ୍ଵର ଗୁମାନସିଂହ (୭୭) ବୋଲି ଜଣାପଡିଛି।
ପ୍ରକାଶଯେ, ମଙ୍ଗଳବାର ରାତିରେଜାଗେଶ୍ଵର ଅସହାୟ ଅବସ୍ଥାରେ ମରିଚିଆ ଗ୍ରାମ ନିକଟରେ ବୁଲୁଥିବା ସମୟରେ ଗ୍ରାମର କିଛି ଯୁବକ ଏହା ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନ ଥାନାକୁ ଡ଼ାକି ବୃଦ୍ଧଙ୍କୁ ହସ୍ତାନ୍ତର କରିଥିଲେ।ପୋଲିସ ତଦନ୍ତ ବେଳେ ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ବଡ଼ଝିଅ ଓ ଜ୍ବାଇଁ ଘରୁ ଜାଗେଶ୍ଵର ଗୁମାନସିଂହଗତ ୧୨ ତାରିଖରୁ କେଉଁଆଡେ ଚାଲି ଆସିଥିବାର କ୍ୟାପିଟାଲ ଥାନାରେ ନିଖୋଜ ଅଭିଯୋଗ ହୋଇଥିବାର ଜଣା ପଡ଼ିବା ପରେ ବୃଦ୍ଧର ପରିବାର ଲୋକଙ୍କୁ ଖବର ଦେଇଥିଲା।ପରିବାର ଲୋକ ଆସି ବୃଦ୍ଧଙ୍କୁ ଥାନାରୁ ନେଇଯାଇଥିବାର ଜଣାପଡିଛି।ଅନ୍ୟପଟେ ନନ୍ଦନ କାନନକୁ ପରିବାର ସହପରିଭ୍ରମଣରେ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକ ମଙ୍ଗଳବାର ସନ୍ଧ୍ୟାରେ ନିଖୋଜ ଥିବାନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିବାର ଜଣାପଡିଛି।

Comments (0)
Add Comment