ଏନଡିଆରଏଫରୁ ବାହାରିଲେ ୪ ଟିମ

ବାରଙ୍ଗ,୯ା୯(ଏସଏସନିଉଜ) ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନଅନୁଯାୟୀ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍ ଡିପ୍ରେସନ୍ ।ତଥାପି ସମୁଦ୍ର ଅଶାନ୍ତ ରହିଥିବାବେଳେ ଡିପ୍ ଡିପ୍ରେସନ୍ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଛତିଶଗଡ଼ ଆଡକୁ ଗତି କରିବା ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଧାମରା, ପାରାଦୀପ, ପୁରୀ ଏବଂଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ସମୁଦ୍ର କୂଳବର୍ତୀ ଅଞ୍ଚଳରେ ଏନଡିଆରଏଫ ମୁତୟନ ପାଇଁ ଏସଆରସି ନିର୍ଦ୍ଦେଶ ଦେବା ପରେ ମୁଣ୍ଡଳୀ ସ୍ଥିର ଏନଡିଆରଏଫରୁ ସୋମବାରଦିନ ୪ଟି ଟିମ ବାହରିଛନ୍ତି। ଏହି ଟିମ କଟକ , ନୟାଗଡ଼ , ଗଞ୍ଜାମ ଓ ପୁରୀ ଅଭିମୁଖେ ବାହାରିଯାଇଛନ୍ତି । ମୋଟ ୬ଟି ଟିମକୁ ନିୟୋଜିତ ପାଇଁ ନିର୍ଦ୍ଦେଶ ଆସିଥିବାବେଳେ ଚାରୋଟି ଟିମ ଯାଇଥିବା ବେଳେ ଆଉଦୁଇଟି ସଜାଗ ହୋଇ ରହିଛନ୍ତି ।ଅବଶ୍ୟକତାକୁଦେଖି ନିଦେ୍ର୍ଦଶଆସିଲେ ଅନ୍ୟ୨ଟିଟିମ୍ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି ।

Comments (0)
Add Comment