ନନ୍ଦନକାନନରୁ ବୃଦ୍ଧ ନିଖୋଜ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ବୃଦ୍ଧ ପର୍ଯ୍ୟଟକ ନିଖୋଜ ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ। ନିଖୋଜ ବୃଦ୍ଧ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୁବୋଧ ଘୋଷ (୬୫)। ସୂଚନା ମୁତାବକ ବୃଦ୍ଧ ଜଣକ ନିଜ ପରିବାର ସହ ପଶ୍ଚିମବଙ୍ଗରୁ ବସ ଯୋଗେ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ବୃଦ୍ଧ ଜଣକ ଏକ କଳା ଫୁଲ ପ୍ୟାଣ୍ଟ୍ ଏବଂ ଧଳା ଫୁଲ ସାର୍ଟ ପରିଧାନ କରିଥିଲେ। ନନ୍ଦନକାନନ ବୁଲିସାରି ଫେରିବା ସମୟରେ ବୃଦ୍ଧ ଜଣକ ବାଟବଣା ହୋଇ କେଉଁଆଡେ ଚାଲିଯାଇଛନ୍ତି। ନନ୍ଦନକାନନ ବୁଲିସାରି ପୁରୀ ଭ୍ରମଣ କରି ପୁଣି ପଶ୍ଚିମବଙ୍ଗ ଫେରିବାକୁ ଥିବା ବେଳେ ଏଭଳି ଘଟଣା ପରିବାର ଲୋକଙ୍କୁ ମର୍ମାହତ କରିଛି। ଏ ସଂକ୍ରାନ୍ତରେ ବୃଦ୍ଧଙ୍କ ଜ୍ବାଇଁ ରୋମେନ ମଣ୍ଡଳ ନନ୍ଦନକାନନ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ କରି ଜାରି ରଖିଛି।

Comments (0)
Add Comment