ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ଭାଙ୍ଗିଲା ସୁରକ୍ଷା ପ୍ରଚୀର,ନଷ୍ଟକଲା କଦଳୀ ଗଛ
ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ବାରଙ୍ଗ,୧୧/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଲାଗି ରହିଛି।ଚନ୍ଦକା ଜଙ୍ଗଲରୁ ବାରମ୍ବାର ଖସିଆସିଥିବା ଏକ ଦନ୍ତାହାତୀ ପ୍ରାଣୀଉଦ୍ୟାନର ପରିସର ହମିରାଟାଙ୍ଗିରେ ରହୁଛନ୍ତି।ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସୁରକ୍ଷା ପାଚେରି ଭାଙ୍ଗି ଦୁଇଟି ହାତୀ ଉଦ୍ୟାନ ଭିତରକୁ ପଶି ଆସିଥିବାର ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରୁ ଜଣାପଡିଛି ।ପ୍ରାଣୀଉଦ୍ୟାନରେ ଏଣେତେଣେ ଘୂରିବୁଲିବା ସହ ବୋଟ ଘାଟ ପାଖ ପାଣି ପମ୍ପ ଘର ପଛପଟେ ଲାଗିଥିବା କଦଳୀ ଗଛ ଗୁଡିକୁ ଭାଙ୍ଗି ଖାଇବା ସହ ଶିଶୁରେଳଗାଡି ରେଳ ଧାରଣା ଉପରେ ଚାଲିଚାଲି ବାଘ ସଫାରୀ ଦେଇ ହମିରାଟାଙ୍ଗି ଜଙ୍ଗଲ ଭିତରେ ପଶିରହିଛନ୍ତି।ତେବେ କାର‌୍ୟ୍ୟୁରତ ରାତ୍ରି ଜଗୁଆଳି କର୍ମଚାରୀମାନେ ହାତୀ ପଶିବା ବିଷୟରେ ଜାଣିପାରିନଥିଲେ ।ଶୁକ୍ରବାର ସକାଳେ କଦଳୀଗଛ ଭାଙ୍ଗିବା ବିଷୟରେ ଜଣାପଡିବା ପରେ ହାତୀ ପଶିଥିବାର ଅନୁମାନ କାରଯାଇଥିଲା । ପରେ ସିସିଟିଭି ଫୁଟେଜ ଯାଂଚ କରିବାପରେ ଦୁଇଟି ହାତୀ ପଶିଥିବାର ନିପତାବିଭାଗ ଅଧିକାରୀ ଜାଣିବାକୁ ପାଇଥିଲେ ।ସକାଳେ ଖବର ପାଇ ଚନ୍ଦକା ଅଭୟାରଣ୍ୟର କର୍ମଚାରୀମାନେ ନନ୍ଦନକାନନ କର୍ମଚାରୀଙ୍କ ସହ ଯୋଗଦେଇ ହାତୀ ଘଉଡାଇବାକୁ ଦିନସାରା ଜଗିବାପରେ ମଧ୍ୟ ହାତୀଟି ହମିରାଟାଙ୍ଗି ଜଙ୍ଗଲ ଭିତରୁ ପଦାକୁ ବାହାରିଲା ନାହିଁ। ସନ୍ଧ୍ୟା ୭ଟାରୁ ପୁଣି ଆରମ୍ଭ ହୋଇଥିଲା ହାତୀ ଘଉଡାଇବା ଅପରେସନ।ତେବେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସୁରକ୍ଷା ପାଚେରି ଭାଙ୍ଗି ବାରମ୍ବାର ଚନ୍ଦକା ହାତୀ ଉଦ୍ୟାନକୁ ପ୍ରବେଶ କରୁଥିଲେ ମଧ୍ୟ କର୍ତ୍ତୁପକ୍ଷ ଏଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି।ଏବାବଦରେ କର୍ତ୍ତୁପକ୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଚେରି ନିର୍ମାଣ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ।ଅନ୍ୟପଟେ ନିରାପତ୍ତା ଦାୟିତ୍ବରେ ଥିବା ନିରାପତ୍ତା ବନାଞ୍ଚଳ ଅଧିକାରୀଙ୍କ ପରିଚାଳନା ଗତତ୍ରୃଟି ପାଇଁ ନନ୍ଦନକାନନକୁ ବାରମ୍ବାର ଚନ୍ଦକା ହାତୀ ପ୍ରବେଶ କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।ଏଥିପ୍ରତି ଉଚ୍ଚଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment