ବାରଙ୍ଗ,୨୬/୮(ଏସଏସନିଉଜ)ଖୁବଶିଘ୍ର ଖୁସିକୁ ମିଳିବାକୁ ଯାଉଛି ତାର ଖୁସି ।ଦୀର୍ଘଦିନଧରି ନିସଙ୍ଗ ଜୀବନ ଜିଇବାପରେ ନନ୍ଦନକାନନ ପକ୍ଷରୁ ତାର ସାଥି ଯୋଗାଡ କରିଛନ୍ତି ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକିୟା ।ସୋମବାର ସନ୍ଧ୍ୟାରେ କଲିକତା ଚିଡ଼ିଆଖାନାର ଏକ ଟିମ୍ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି । ଏଠାରେ ସେମାନେ ପହଞ୍ଚିବାପରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡିଛି।ମଙ୍ଗଳବାରଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ କଲିକତା କୁ ଯିବାକୁ ଥିବା ଜୀବଜନ୍ତୁଙ୍କୁ ଆସିଥିବାଟିମ୍ ଦେଖିବା ପରେ ସେମାନଙ୍କୁ ଯନ୍ତୁବିଭାଗ ପକ୍ଷରୁ ଧରି ଜନ୍ତାରେ ପୁରାଇବାର ବ୍ୟବସ୍ଥା କରିବେ।ତେବେ ଏହି ଟିମ୍ ସହ ନନ୍ଦନକାନନର ଏକ ଟିମ୍ ମଧ୍ୟ କଲିକତା ଅଭିମୁଖେ ଯାତ୍ରା କରି ସେଠାରୁ ଦୁଇ ଜିରାଫ ଆଣିବେ ବୋଲି ଜଣାପଡିଛି।ତେବେ ଆସିଥିବା ଟିମ୍ ସାଙ୍ଗରେ ୧ଫିସିଂକ୍ୟାଟ ,୪ପାଣିଗୋଧି,ପେଲିକାନ୨,୪ଇଗୁଆନା ଏଣ୍ଡୁଅକୁ ନେଇ ଆସିଥିଲେ ।ଏହି ଅତିଥିମାନେ ଏଠାରେ ପହଁଚିବାପରେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ଡାକ୍ତରମାନଙ୍କ ନଜରବନ୍ଦିରେ ରଖାଯାଇଥିବାର ଜଣାପଡିଛି ।