ନକଲି ନୋଟ୍‍ ,ଛପା ଯନ୍ତ୍ର, କାଳି, କାଗଜ ଓ ଷ୍ଟାମ୍ପ ଜବତ

ନକଲି ନୋଟ୍‍ ,ଛପା ଯନ୍ତ୍ର, କାଳି, କାଗଜ ଓ ଷ୍ଟାମ୍ପ ଜବତ

ଯାଜପୁର, ୩/୧(ଏସଏସନିୟୁଜ)ଭଡାଘରୁ ପୋଲିସ ୧୩ ଲକ୍ଷ ଟଙ୍କାରଜାଲ୍ ନୋଟ୍ ସହ ୨୨ଟି ଅତ୍ୟାଧୁନିକ ଯନ୍ତ୍ର (ମେସିନ୍‌), କାଗଜ, କାଳି, ଷ୍ଟାମ୍ପ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଯାଜପୁର ଥାନା ପୁଲିସ ଦଳ ଜବତ କରିଛି ।ଏହିଘଟଣାରେ ମଙ୍ଗଳପୁର ଥାନା ଛଞ୍ଚଣା ଗ୍ରାମର ଚନ୍ଦ୍ରମଣି ବଳଙ୍କୁ ମଧ୍ୟ ଗିରଫ କରିଛି। ଚନ୍ଦ୍ରମଣି ସନ୍ଥମାଧବ ଗ୍ରାମରେ ଦୀର୍ଘ ୩ମାସରୁ ଊର୍ଦ୍ଧ୍ବ ହେବ ଭଡ଼ାରେ ରହି ନକଲି ନୋଟ୍‍ ତିଆରି କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ ରାତିଅଧିଆ ଚନ୍ଦ୍ରମଣି ରହୁଥିବା ଭଡ଼ା ଘର ଉପରେ ଚଢ଼ଉ କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଥାନାଧିକାରୀ ଅଜୟ କୁମାର ଜେନା, ସୂଚନା ଦେଇଛନ୍ତି ।

Comments (0)
Add Comment