ମେଣ୍ଢାଶାଳ,୧୦/୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦିପୀଠରେମଙ୍ଗଳବାରଦିନ ନବାନ୍ନ ଭକ୍ଷଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳେ ବାବା ନୂଆଧାନରୁ ପ୍ରସ୍ତୁତ ଚୁଡାରେ ଗୁଡ଼. ବିଭିର୍ନ୍ନଫଳ. ଅଦା.ଗୋଲମରିଚ. ଗୁଆ ଘିଅ. ନଡ଼ିଆ. ଆମ୍ବୁଲ ଖଟା. ହଳଦୀପିଠା.ରସଗୋଲା.ପୋଡ଼ମିଠା. ଜିଲାପି ମିଶାଯାଇ ପ୍ରସାଦ ପ୍ରସ୍ତୁତ ହୋଇଥିଲା।ଏହାପରେ ଗାଦିପୀଠରେ ନୂଆ ଚାଉଳରୁପ୍ରସ୍ତୁତ ଅର୍ଣ୍ଣ.ଡାଲମା. ଖଟା ଓ ଖିରି ମିଠା ମଧ୍ୟ ପ୍ରସ୍ତୁତ ହୋଇ ଭୋଗ ଲଗିସାରିବା ପରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିଲା। ଦାରୁଠେଙ୍ଗ .ଅଳସୁଆ.ଅନ୍ଧାରୁଆ.ଚନ୍ଦକା.ବଡମ୍ବା ଆଦି ଅଞ୍ଚଳରୁ ଶହଶହ ଭକ୍ତମାନେ ସାମିଲ ହୋଇ ଆହୋରାତ୍ର ଭଜନଗାନ କରିଥିଲେ l ବ୍ରହ୍ମ ଅବଧୁତ ନକୁଳବାବା.କୈଳାଶବାବା.ଲମ୍ବୋଦରବାବା.ପ୍ରମୋଦ ବାବା.ସୂର୍ଯ୍ୟମୁଖୀବାବାଙ୍କ ସମେତଭକ୍ତ ନିମାଇଁ ଚରଣ ଦାସ. ସର୍ବେଶ୍ୱରଜେନା.ରବୀନ୍ଦ୍ର ପାଇକରାୟ.ଗନ୍ଧର୍ବ ପ୍ରଧାନ. ସନ୍ତୋଷ ପଟନାୟକ.ସୁରେଶ ସାହୁ. ବିନୋଦ ସୁନ୍ଦରାୟ. ପୂର୍ଣ୍ଣ ମାହାନ୍ତି. ଦାରୁଠେଙ୍ଗଗ୍ରାମର ମହିମା ଭକ୍ତ ମାନଙ୍କ ଗହଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟାରେ ଭଜନ କାରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏହାସହ ବିଶ୍ଵ କଲ୍ୟାଣ ଉଦ୍ଦେଶ୍ୟରେ ଘୃତବତୀ ପ୍ରଜ୍ୱଳନ ଓ ସାଧୁ ସନ୍ଥମାନଙ୍କ ଦ୍ଵାରା ଅହୋରାତ୍ର ଭଜନ ଗାୟନ କରାଯାଇଥିଲା।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)