ନବଜାତ ଶିଶୁର ପଜିଟିଭ,କିନ୍ତୁ ମା ର ନେଗେଟିଭ

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) କରୋନାର ଦ୍ୱିତୀୟ ତରଙ୍ଗ ଯେତିକି ଚକିତ କରିଛି ଏହିସମୟରେ ବାରାଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାର୍ ସୁନ୍ଦର ଲାଲ ହସ୍ପିଟାଲରେ ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ସାମ୍ନାକୁଆସିଛି ।ଯାହ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।ମା ଙ୍କର କୋଭିଡ ନେଗେଟିଭ ଆସିଥିବାବେଳେ ନବଜାତକ ଶିଶୁର କରୋନାପଜିଟିଭ ରିପୋର୍ଟ ଆସିଛି । ଏହାଜଣାପଡିବା ପରେ ଡାକ୍ତରଖାନା ପକ୍ଷରୁ ପୁନର୍ବାର କୋଭିଡ ପରୀକ୍ଷା ପାଇଁ କୁହାଯାଇଛି । ସହରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଅନିଲ କୁମାରଙ୍କ ୨୬ ବର୍ଷିୟ ଗର୍ଭବତୀ ପତ୍ନୀ ବିଏଚୟୁରେ ଚିକିତ୍ସିତ ହେଉଥିବାବେଳେ ମେ ୨୫ ରେ ପ୍ରସବ ତାରିଖ ସ୍ଥିର କରାଯାଇଥିଲା। ଏହାପୂର୍ବରୁ ଡାକ୍ତରମାନେ କରୋନା ପରୀକ୍ଷା କରିଥିବାବେଳେ ପତ୍ନୀ ଙ୍କର ନେଗେଟିଭ ରିପୋର୍ଟ ଆସିବାପରେ ଏକ ଅପରେସନ୍ ମାଧ୍ୟମରେ ଜନ୍ମ ହୋଇଥିଲା ଶିଶୁକନ୍ୟା ।ଅପରେସନ ପରେ ମା ଓ ନବଜାତ ଶିଶୁକନ୍ୟାର ପୁଣି କୋଭିଡ ପରୀକ୍ଷା ହୋଇଥିଲା ।କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଥିଲା ।ରିପୋର୍ଟରେ ମାଙ୍କର ନେଗେଟିଭ ଆସିବାବେଳେ ନବଜାତଶିଶୁକନ୍ୟାର କୋଭିଡ ପଜିଟିଭ ଆସିଥିଲା । ମା ଏବଂ ଶିଶୁ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ବର୍ତ୍ତମାନ ପୁନଃ ପରୀକ୍ଷା କରାଯିବାସହ ଆବଶ୍ୟକ ହେଲେ ଶିଶୁର ମା’ର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯିବାକୁ ନିଷ୍ପତି ନେଇଛନ୍ତି ହସ୍ପିଟାଲ କର୍ତୁପକ୍ଷ ।

Comments (0)
Add Comment