ବ୍ରହ୍ମପୁର, ୩୦/୫(ଏସ୍ଏସ୍ନିୟୁଜ) ବ୍ରହ୍ମପୁର ଏମ୍କେସିଜି ମେଡିକାଲରୁ ଚିହ୍ନଟ ହୋଇଥିବା ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ ଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।ଖବରରୁ ଜଣାପଡିଛିଯେ, କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଚିକିସ୍ିତ ହେଉଥିଲେ ।ଅବସ୍ଥାରେ ଉନ୍ନତ ଆସୁଥିବାବେଲେ ଆଖି ଧୀରେ ଧୀରେ ଫୁଲୁଥିବାରୁ ବ୍ଲାକ୍ ଫଙ୍ଗସ୍ ସନ୍ଦେହରେ ଗତକାଲି ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍କେସିଜିରେ ସିଟି ସ୍କାନ୍ ହୋଇଥିବାବେଳେ ଆଜି ସ୍ବାବ୍ ଟେଷ୍ଟ କରାଯାଇଥାନ୍ତା । କିନ୍ତୁ ନିଜଇଛାରେ ଡିସଚାର୍ଯ୍ୟ ହୋଇ ଏମ୍ସରେ ଚିକିସ୍ାପାଇଁ କହିବାରୁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଏମ୍କେସିଜିରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ !
