ମେଡ଼ିକାଲ ପଙ୍ଖାରେ ଝୁଲିଲେ ରୋଗୀ

ଭୁବନେଶ୍ବର,୧୭/୧୨(ଏସଏସନିଉଜ)ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଛନ୍ତି ।ଭୁବନେଶ୍ବର ଏମ୍ସରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ମୃତ ରୋଗୀ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଦିଲିପ ସାହୁ ଯିଏକି ଯାଜପୁରର ବାସିନ୍ଦା । ଏମ୍ସରେ ଅର୍ଥୋପେଡିକ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ।ହେଲେ ମେଡିକାଲ ବେଡରେ ଛିଡ଼ା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି।ତାଙ୍କ ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକ୍ୟୁରିଟିଗାର୍ଡ ଥାଇ ମଧ୍ୟ ରୋଗୀ ଜଣଙ୍କ କିଭଳି ଆତ୍ମହତ୍ୟା କଲେ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Comments (0)
Add Comment