ଭୁବନେଶ୍ୱର, ୩୦/୧୨(ଏସଏସନିୟୁଜ) ମଚେଂଶ୍ୱର ଥାନା ଭୋଟପଡାଠାରେ ରହୁଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରୁ ଡକାୟତି ହୋଇଛି । ଘର ବାହାରେ କିଛି ଶବ୍ଦ ଶୁଭିବାରୁ ଦୀନବନ୍ଧୁ ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ସାଡେ ଗୋଟାଏ ବେଳେ ବାହାରକୁ ଆସିଥିଲେ । ଏହି ସମୟରେ ୫ଜଣ ଦୁର୍ବୃତ ହଠାତ ଘର ଭିତରକୁ ଧସେଇ ପଶି ପ୍ରଥମେ ଏକ ଲୁହା ରଡରେ ଦୀନବନ୍ଧୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେବାସହ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ ।ଘର ଭିତରେ ସ୍ୱାମୀ-ସ୍ତ୍ରୀକୁ ବନ୍ଧି ଦେଇ ଝିଅକୁ ଧମକ ଦେଇ ଆଲମାରୀ ଚାବି ନେଇ ଥିବା ୩ଲକ୍ଷ ୨୦ ହଜାର ଟଙ୍କା, ୨୦ ଭରି ସୁନା, ରୂପା, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ ।ଏନେଇ ସକାଳେ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଁଚି ଖୋଳତାଡ ଆରମ୍ଭ କରିଛି ।