ମମତାବାନାର୍ଜୀଙ୍କ ବଡ ଘୋଷଣ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ମମତା ବାନାର୍ଜୀ ବଡ ଘୋଷଣ କରିଛନ୍ତି ।ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଏହି ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁବୋଲି କହିଛନ୍ତି ମମତା ବାନାର୍ଜୀ । ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିଲେ ମଧ୍ୟ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା। ଏଭଳି ସ୍ଥିତିରେ କନିଷ୍ଠ ଡାକ୍ତର ମମତାଙ୍କୁ ଭେଟିବାକୁ ଆସିନଥିଲେ। ଏହି ବୈଠକ ବିଫଳ ହେବା ପରେ ମମତା ବାନାର୍ଜୀ ତାଙ୍କ ଇସ୍ତଫା ବିଷୟରେ କହିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କ ହତ୍ୟା ମାମଲାରେ ସେ ବି ନ୍ୟାୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

 

Comments (0)
Add Comment