ଧଉଳି, ୨୧/୪(ଏସଏସନିଉଜ) ନୂଆଗାଁସ୍ଥିତ ଏକ ନିର୍ମାଣାଧୀନ ଘରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହକୁ ଧଉଳି ଥାନା ପୁଲିସ ଜବତ କରିଛି। ମହିଳାଙ୍କ ବୟସ ୪୫ ବର୍ଷ । ମହିଳାଜଣକ ଜଣେ ଶ୍ରମିକ ବୋଲି ଅନୁମାନ କରାଯାଉଥିବାବେଳେ ମହିଳାଙ୍କ ମୃତ୍ୟୁ ରହସ୍ୟମୟ ହୋଇପଡ଼ିଛି। ମୃତଦେହରେ ସେଭଳି କିଛି ଚିହ୍ନ ନଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଜବତ
