ମା ହେବ ବିଜିଲି , ସଜାଗ ଜନ୍ତୁବିଭାଗ

ବାରଙ୍ଗ,୨୬/୮(ଏସଏସନିଉଜ)୪ର୍ଥ ଥରପାଇଁ ମା ହେବାକୁ ଯାଉଛି ସିଂହୀ ବିଜିଲି।ଯାହାକୁ ନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । କିନ୍ତୁ ଏମାନଙ୍କ ଶାବକ ଜନ୍ମ ଦେବା ସମୟ ଯେତିକି ପାଖେଇ ଆସୁଛି ଜନ୍ତୁବିଭାଗର ଚିନ୍ତା ମଧ୍ୟ ବଢ଼ିବଢ଼ି ଯାଉଛି। ପୂର୍ବରୁ ୨୦୨୧ମସିହା ଜୁଲାଇ ୨୧ ରେ ବିଜିଲି ପ୍ରଥମ ଥର ପାଇଁ ମା ହୋଇ ୪ ଟି ଶାବକ ଜନ୍ମ ଦେଇଥିଲା ।ଦୁଇଟି ମଲା ଛୁଆ ହୋଇଥିବା ବେଳେ ଗୋଟିଏ ଜନ୍ମ ଦେବାର ଗୋଟିଏ ଦିନ ନପୁରୁନୁ ମୃତୁ ହୋଇଥିଲା ଏବଂ ଅନ୍ୟ ଛୁଆକୁ ଗ୍ରହଣ ନକରିବାରୁ ଲାଳନ ପାଳନ ପାଇ ମଣିଷ କୋଳକୁ ଆସିଥିଲା।୨୦୨୨ମସିହା ମାର୍ଚ୍ଚ ୧୭ରେ ଗୋଟିଏଶାବକ ଜନ୍ମ ଦେଇ ଦିତୀୟ ଥରପାଇଁ ମା ହୋଇଥିଲା ।ଏଥର ମଧ୍ୟ ପୂର୍ବ ଭଳି ସ୍ଥିତି ଉପୁଜିଥିଲା। ୨୦୨୨ ନଭେମ୍ବର ୨୨ତାରିଖରେ ୪ ଟି ଶାବକକୁ ଜନ୍ମ ଦେଇତୃତୀୟଥର ପାଇଁ ମା ହୋଇଥିଲା । ସିଂହୀ ବିଜିଲି ପୁଣି ମା ହେବାକୁ ଯାଉଛି ।ସିଂହୀ ବିଜଲୀ ସହିତ ସିଂହ ସମ୍ରାଟର ମିଳନ କରାଯାଇଥିବା ବେଳେ ସେ ଏବେ ଗର୍ଭବତୀ । ଆଉ ଦିନେ ଦୁଇ ଦିନ ପରେ ଶାବକ ଜନ୍ମ ଦେବ ବୋଲି ଅନୁମାନ କରାଯାଉଛି ।ଯାହାକୁ ନେଇ ବିଜିଲି ପ୍ରତି ଜନ୍ତୁବିଭାଗ ସ୍ଵତନ୍ତ୍ର ଦୃଷ୍ଟି ଦେବାସହ ସଜାଗ ରହିଥିବାର ଜଣାପଡିଛି।

Comments (0)
Add Comment