ମା ଦକ୍ଷିଣ କାଳୀଙ୍କ ପୀଠରେ ୧୪୪

ସାକ୍ଷୀଗୋପାଳ,୩/୧୧(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା କାଳୀପୂଜା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି ।ଫଳରେ ଚଳିତବର୍ଷ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ବର୍ଷସାରା ପୀଠରେ ମାଙ୍କ ପଟ୍ଟି ପୂଜା ପାଉଥିବାବେଳେ ବର୍ଷକରେ ଏହି ପବିତ୍ର କାଳୀପୁଜାରେ ମାଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ । କୋଭିଡ କଟକଣାକୁ ଦୃଷ୍ଟିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ କଟକଣା ଜାରି ହୋଇଛି । ପାରମ୍ପରିକ ରୀତିନିତୀରେ ପୁଜାର୍ଜନା ସାଙ୍ଗକୁ ୫ ତାରିଖ ପ୍ରତ୍ୟୁଷରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ସାହାଣ ମେଲା କରାଯିବ।କିନ୍ତୁ ୧୪୪ ଧାରା ପାଇଁ ସବୁକିଛି ଫୁକା ପଡିଯାଇଛି ।ଫଳରେ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ । ମା ଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ପ୍ରଶାସନ ତରଫରୁ କଟକଣା ଜାରି ହୋଇଅଛି। ୫ ତାରିଖ ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ ଙ୍କ ସହ ୨ ଭଉଣୀ ସମଜାଜପୁରର ମା ଉଗ୍ରତାରା ଓ ବୀର ପ୍ରତାପପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ବିସର୍ଜନ ନିମନ୍ତେ ନିରାଡ଼ମ୍ବର ଭାବରେ ଭଗବାନପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ। ମା ଙ୍କୁ ପଣା ପୂଜା ପରେ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ ।

Comments (0)
Add Comment