କୁକୁର ଧକ୍କାକୁନେଇ ଆକ୍ରମଣ

୪ଗିରଫ,ଖଣ୍ଡାଜବତ

ଭୁବନେଶ୍ବର,୨୦।୧୨(ଏସଏସନିଉଜ)କୁକୁର ଧକାକୁ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ସେମାନଙ୍କ ଠାରୁ ୪ଟି ଖଣ୍ଡାକୁ ପୋଲିସ ଜବତ କରିଛି।ସୌରଭ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇନ୍ଫୋସିଟି ଥାନା ପୁଲିସ ୬୦୦/୨୪ କେସ ନମ୍ୱରରେ ଏକ ମାମଲାର ତଦନ୍ତ କରିଥିଲା।ଏହି ଘଟଣାରେ ପୋଲିସ କାନନବିହାର ଫେଜ -୨ରେ ରହୁଥିବା ଯାଜପୁରର ପୁଣ୍ୟପର୍ସୂ ମହାନ୍ତି(୨୧),ଶକ୍ତି ସ୍ୱରୂପ ମହାନ୍ତି(୨୮),ଶୈଳଶ୍ରିବିହାର ଫେଜ -୭ରେ ରହୁଥିବା ଖଣ୍ଡଗିରି ସତ୍ୟସାହି ଏନାକ୍ଲିଭରେ ରହୁଥିବା ରାୟାନ ଜାକିର ଖାନ(୨୧),ପଟିଆ ସେଣ୍ଟର୍ ପଏଣ୍ଟ ଆପର୍ଟମେଣ୍ଟରେ ରହୁଥିବା ବରୁଣ ରାଓ(୨୪)ଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ସେମାନଙ୍କ ଠାରୁ ୪ଟି ଖଣ୍ଡା ଜବତ ହୋଇଛି।
ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟାହ୍ନରେ ଅଭିଯୋଗକାରୀ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଏକ କାର ଯୋଗେ କୀଟସ୍ଥିତ ଖାଉଗଳି ଅତିକ୍ରମ କରୁଥିବାବେଳେ, ହଠାତ ଏକ କୁକୁର ତାଙ୍କ କାର ସମୁଖକୁ ଚାଲି ଆସି ଧକା ହୋଇଯାଇଥିଲା । ପରେ ଅଭିଯୋଗକାରୀ କୁକୁରର ଅବସ୍ଥା ଜାଣିବା ଲାଗି କାରକୁ ରାସ୍ତା ପାର୍ଶ୍ବରେ ପାର୍କିଂ କରି ସେଥିରୁ ଓଳ୍ହାଇବା କ୍ଷଣି ଏହି ଚାରି ଜଣ ଯୁବକ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କୁ ଏବଂ ତାଙ୍କ ବନ୍ଧୁଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ ।ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ସେମାନଙ୍କଠାରୁ ଚାରୋଟି ଖଣ୍ଡା ମଧ୍ୟ ପୋଲିସ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ ।

 

Comments (0)
Add Comment