କୁଆଖାଇରେ ବୁଲୁଛି କୁମ୍ଭୀର, ଆତଙ୍କିତ ଗ୍ରାମବାସୀ!

ବାରଙ୍ଗ,୨ା୮ (ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାଢ଼ାପଞ୍ଚାୟତ ଅନ୍ତର୍ଗତ ଝିଙ୍କରଡିହଗ୍ରାମ ନିକଟସ୍ଥ କୁଆଖାଇନଦୀରେ ଏକ କୁମ୍ଭୀର ବୁଲୁଥିବାର ଜଣାପଡଛିା ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଝିଙ୍କରଡିହ ଗ୍ରାମର ଧନେଶ୍ଵର ରାଉତ ନିକଟସ୍ଥ କୁଆଖାଇ ନଦୀକୁ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ। ନଦୀ ମଧ୍ୟରେ ମାଛ ଧରୁଥିବା ସମୟରେ ସେ ଏକ ବିରାଟ କୁମ୍ଭୀରଟି ତାଙ୍କ ଆଡକୁ ଆସୁଥିବାର ଦେଖି ଜୀବନ ବଞ୍ଚାଇ କୂଳକୁ ଚାଲି ଆସିଥିଲେ ।ପରେ ଏହି ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ଏହି ଖବରପ୍ରଚାରିତହେବାପରେ କୁମ୍ଭୀର ଦେଖିବାକୁ ଗ୍ରାମବାସୀମାନଙ୍କ ଭିଡ ଲାଗିବା ଆରମ୍ଭ ହୋଇଥିଲା।ଖବରପାଇ ଭୁବନେଶ୍ୱର ସହରାଞ୍ଚଳ ବନଖଣ୍ଡର ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନଦୀ ଉପକୂଳ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଥିଲେ। ବନକର୍ମଚାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments (0)
Add Comment