କୁଆଡ଼େ ଗଲେ ଡାକ୍ତର ଅମ୍ଲାନ

ଦୁଇ ଦିନ ପରେ ବି ମିଳୁନି ପତ୍ତା

ମାଲକାନଗିରି,୩ା୬(ଏସଏସନିଉଜ) କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିଲେ ମଧ୍ୟ ତାଙ୍କର ପତାମିଳିପାରିନି । ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଛନ୍ତି ଡାକ୍ତରଙ୍କ ବାପା ।ଶନିବାରରାତିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟିପରେ ସରକାରୀକ୍ୱାର୍ଟର୍ସକୁ ଯାଇଥିଲେ ଅମ୍ଳାନ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଘରୁ କୁଆଡ଼େ ଟେକି ନେଇ ଯାଇଥିବାନେଇ ମେଡିକାଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ପୁଅକୁ କିଏ ଅପହରଣ କରିଛି ସେ ନେଇ ତଦନ୍ତ କରିବାକୁ ନିବେଦନ କରିଛନ୍ତି ଅପହୃତଙ୍କ ପରିବାର ।

 

Comments (0)
Add Comment