ଭୁବନେଶ୍ୱର ,୧୩/୧୨(ଏସ୍ଏସ୍ ନିଉଜ) ନିରାଶହେଲେଣି ପର୍ଯ୍ୟଟକ । କାହିଁକି ବା ନ ହେବେ । କାରଣ ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ପର୍ଯ୍ୟଟକମାନଙ୍କ ମନୋରଞନ ପାଇଁ ଆସିଥିଲା କ୍ୟାପିଚୁନ ମଙ୍କି ।ଦୀର୍ଘ ଦୁଇମାସ ରୁ ଉର୍ଦ୍ଧ ଦିନ ହେବ ଆସିଲାଣି ହେଲେ ଦେଖି ପାରୁନାହାଁନ୍ତି ପର୍ଯ୍ୟଟକ । ଖାଲି କ୍ୟାପିଚୁନ ନୁହଁ ସବୁଠାରୁ ଛୋଟ ଗୁଳଗାଲିଆ ମାଙ୍କଡ ଗୁଣ୍ଡୁଚି ବି।ସେହିଭଳି ତାମାରିନ୍ ମାଙ୍କଡ କୁ ବି ଦେଖିପାରୁନାହାଁନ୍ତି ପର୍ଯ୍ୟଟକ। ଏମାନେ ଏବେ ଗଲେ କୁଆଡେ ? ସେମାନେ ଅଛନ୍ତି ତ ? ନା କୁଆଡେ ଖସି ପଳେଇଲେ ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କଲାଣି ପର୍ଯ୍ୟଟକଙ୍କ ମହଲରେ । ସେପଟେ କର୍ତ୍ତୁପକ୍ଷ ଏହି ବିରଳ ମାଙ୍କଡମାନଙ୍କୁ ଦୀର୍ଘ ଦିନ ହେବ ଆଣିଲେଣି କିନ୍ତୁ ବିଡମ୍ବନାର ବିଷୟ ପର୍ଯ୍ୟଟକ ଦେଖିବେ କଣ ଆସିଲା ଦିନଠୁ ରହିଗଲା ଡାକ୍ତରଖାନାରେ । କେବେ ଦେଖିବେ ପର୍ଯ୍ୟଟକ ।ଏମାନଙ୍କର ସ୍ୱାସ୍ଥ୍ୟର ଅନୁଧ୍ୟାନ ଚାଲିଛି ଯେ ସରୁନାହିଁ । ଡାକ୍ତରମାନେ ଏମାନଙ୍କ ଚାଲିଚଳନ,ଆଚାରବ୍ୟବହାର, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟକୁ ପରଖୁପରଖୁ ଗୋଟିକର ମୃତ୍ୟୁ ମଧ୍ୟ ହୋଇସାରିଲାଣି , ତଥାପି କର୍ତ୍ତୁପକ୍ଷଙ୍କ ଚିନ୍ତାନଥିବା ଭଳି ମନେ ହେଉଛି । ନନ୍ଦନକାନନ ପାଇଁ ନୁଆପ୍ରଜାତି ସାଜିଥିବା କ୍ୟାପିଚୁନ୍ ଓ ଗୁଣ୍ଡୁଚିମାଙ୍କଡ ମାଙ୍କଡ ୨ମାସ ୧୦ଦିନ ହେବ ଡାକ୍ତରଖାନାରେ ରହିଥିବା ବେଲେ ନାଲିହାତିଆ ତାମାରିନମାଙ୍କଡ ୨୦ମାସରୁ ଉର୍ଦ୍ଧ ସମୟଧରି ଡାକ୍ତରଖାନାରେ ସମୟ କଟାଇସାରିଲାଣି । ମାଙ୍କଡପ୍ରଜାତିର ଏହି ନୁଆ ଅତିଥିମାନଙ୍କୁ ନଦେଖି ନିରାଶରେ ପର୍ଯ୍ୟଟକମାନେ ପେରୁଥିବାବେଳେ ଏହି ମାଙ୍କଡମାନେ ଏବେ ନନ୍ଦନକାନନରେ ଅଛନ୍ତି ତ ? ନା କୁଆଡେ ଗଲେ । ଯଦି ଅଛନ୍ତି ତେବେ କେବେ ଦେଖାଦେବେ ବୋଲି ପ୍ରଶ୍ନପଚାରୁଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ , କ୍ୟାପିଚୁନ୍-୩ଅକ୍ଟୋବର୨୦୧୯ରେ ଚେନାଇର ଏକ ଘରୋଇସଂସ୍ଥାଠାରୁ ୬ଲକ୍ଷ ଟଙ୍କା ବ୍ୟୟବରାଦରେ ୨ଟି କ୍ୟାପିଚୁନମାଙ୍କଡ ୧୫ଲକ୍ଷଟଙ୍କାର ବ୍ୟୟବରାଦରେ ନନ୍ଦନକାନନକୁ ଅଣାଯାଇଛି ।ଯାହାକି ନନ୍ଦନକାନନରେ ଏହି ପ୍ରଜାତି ନୁଆ ହୋଇଥିବାବେଳେ ଏହାକୁ ଦେଖିବାପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ରହିଛି ।ଏବେ ଏହି ପ୍ରଜାତି ଡାକ୍ତରଖାନାରେ ରହିଛି ।ଆମେରିକା ଓ ଆର୍ଜେଂଟିନାରେ ବହୁଳଭାବେ ଦେଖାଯାଉଥିବା କ୍ୟାପିଚୁନ୍ ମାଙ୍କଡ ୪ବର୍ଷରେ ପ୍ରା୍ପ୍ତବୟସ୍କ ହୋଇଥାନ୍ତି ।୫୬ସେମି ଲମ୍ବ ବିଶିଷ୍ଟ ଏହି କ୍ୟାପିଚୁନ୍ ୨୫ବର୍ଷ ପର୍ଯ୍ୟନ୍ତ ବଂଚିପାରୁଥିବା ବେଳେ ଗୋଟିଏଗୋଟିଏ ଦଳରେ ୧୫-୨୫ଟି ପର୍ଯ୍ୟନ୍ତ ରହିିବାକୁ ଭଲପାଇଥାନ୍ତି । ଦିନରେ ଚଳଚଂଚଳ ରହୁଥିବା ଏହି ପ୍ରଜାତିର ମାଇ କ୍ୟାପିଚୁନ୍ ଦିନକରେ ୬ଜଣଙ୍କ ସହ ମିଳନ କରିବାର କ୍ଷମତା ରହିଥାଏ । ୨ମାସ୧୦ଦିନ ହେବ ଡାକ୍ତରଖାନାରେ ରହି ଏମାନଙ୍କ ଅନୁଧ୍ୟାନ ଚାଲିଛି ।