ବାରଙ୍ଗ,୨୮/୭(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର।ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ ନୂତନ ଜୀବ ଜନ୍ତୁ।ଏଥି ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ଅନୁମୋଦନ ପାଇବା ପରେ ନନ୍ଦନକାନନ କର୍ତ୍ତୁପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରୁଛନ୍ତି।ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିହାର ରାଜ୍ୟର ପାଟଣା ଚିଡ଼ିଆଖାନାରୁ ଏକ ହଳ ଗଣ୍ଡା, ଗୋଟିଏ ଅଣ୍ଡିରା ଜିରାଫ୍ ପ୍ରାଣୀ ଉଦ୍ୟାନକୁ ଆସିବେ।ଦୀର୍ଘଦିନ ହେବ ନିଃସଙ୍ଗ ଜୀବନ ଯାପନ କରୁଥିବା ମାଇ ଜିରାଫ ଖୁସି କୁ ମିଳିବ ନୂଆ ଏକ ଜୀବନସାଥି।ଜୟପୁର ଚିଡ଼ିଆଖାନାରୁ ଏକ ହଳ କଲରାପତରିଆ ବାଘ,ଏକ ହଳ ଘଡିଆଳ କୁମ୍ଭୀର,ଆଠୋଟି ଚିଙ୍କାର୍ ଆସିବେ।ପ୍ରତିବଦଳରେ ପାଟଣା ଚିଡ଼ିଆଖାନାକୁ ଚାରୋଟି ନାଲି ମହାବଳ ବାଘ ପଠାଯିବ।ପ୍ରଥମ କରି ଆଫ୍ରିକାରୁ ଏକ ହଳ ଚିତା ବାଘ ସମେତ ଛ ଗୋଟି ଜେବ୍ରା ଅଣାଯିବ।ସେହିପରି ଥାଇଲାଣ୍ଡ ରୁ ଆଠୋଟି ବଡ଼ ମୂଷା (କ୍ୟାପିବାରା) ଆସିବେ।ଦୀର୍ଘ ବର୍ଷ ହେବ ପ୍ରାଣୀ ଉଦ୍ୟାନରେ ଗଣ୍ଡା,ଚିତା ବାଘ,ଜେବ୍ରା,କ୍ୟାପିବାରା ମୂଷା ନଥିଲା।ଅନ୍ୟପଟେ କୋରୋନା କଟକଣା ଯୋଗୁଁ ପ୍ରାଣୀ ଉଦ୍ୟାନ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।ଏବେ ଏମାନେ ଆସିବା ପରେ ଖାଲି ଖୁଆଡ୍ ପର୍ଯ୍ୟଟକ ମାନଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜିତ୍ କୁମାର ସୂଚନା ଦେଇଛନ୍ତି।
ଖୁସି କୁ ମିଳିବ ଜୀବନସାଥି
