ଭୁବନେଶ୍ୱର, ୫/୧୧(ଏସଏସନିୟୁଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନାକରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେବାବା କେଦାରନାଥଙ୍କ ଦର୍ଶନ, ରୁଦ୍ରାଭିଷେକ କରି ପୂଜାର୍ଚ୍ଚନା ପରେ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଶଙ୍କରାଚାର୍ୟ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ୨୦୧୩ର ପ୍ରାକୃତିକ ବିପର୍ୟ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଶଙ୍କରାଚାର୍ୟ୍ୟଙ୍କ ସମାଧି ସ୍ଥଳକୁ ଲୋକାର୍ପଣ ମଧ୍ୟ କରିଛନ୍ତି । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ।ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ୫ମ ଯାତ୍ରା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
କେଦାରନାଥରେ ପୁଜାର୍ଜନା କଲେ ପ୍ରଧାନମନ୍ତ୍ରୀ
