ବାରଙ୍ଗ,୯ା୮(ଏସଏସନିଉଜ)ତ୍ରିଶୂଳିଆ ସୁବାଷ ସେତୁରେ ପୁଣି ଅଘଟଣଘଟିଛି। ଶୁକ୍ରବାରରାତିରେ ସେତୁ ଉପରୁ କାଠଯୋଡିକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି ଦୁଇଜଣ ।ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ବିବାହିତ ମହିଳା ଓ ଅନ୍ୟଜଣେ ଯୁବକ ଥିବାର ଜଣାପଡିଛି ।ତେବେ ମହିଳାଜଣଙ୍କ ହେଉଛନ୍ତି ବାଙ୍କୀ ଥାନାଅଧିନସ୍ଥ ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଓ ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟଲୋକଙ୍କଠାରୁ ଖବରପାଇ ବାରଙ୍ଗ ପୋଲିସ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।ଡେଇଁଥିବା ସ୍ଥାନଠାରୁ ଅଳ୍ପଦୁରରେ ସେତୁଉପରୁ ଥୁଆହୋଇଥିବା ମୋବାଇଲଫୋନ, ଆଧାରକାର୍ଡ ଏବଂ କିଛି କାଗଜପତ୍ର ମିଳିବାପରେ ମହିଳାଙ୍କ ପରିଚୟ ପାଇପାରିଛି ପୋଲିସ ।ପରିଚୟ ମିଳିବାପରେ ମହିଳାଙ୍କ ପରିବାରକୁ ଯୋଗାଯୋଗ କରିଛି ।
ପ୍ରକାସ ଯେ,ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଜଣେ ବିବାହିତ ମହିଳା ଓ ଜଣେ ଯୁବକ ତ୍ରିଶୂଳିଆ ସୁବାଷ ସେତୁ ଉପରକୁ ଆସି ନିଜର ମୋବାଇଲ ଫୋନ, ପରିଚୟପତ୍ର, କିଛି କାଗଜପତ୍ର ରଖି କେହି କିଛି ବୁଝିବାଆଗରୁ ହାତ ଧରାଧରିହୋଇ ହଠାତ୍ କାଠଯୋଡିକୁ ଡେଇଁପଡ଼ିଥିଲେ ।ଏହିସମୟରେ ସେତୁଦେଇ ଯାଉଥିବା କିଛି ସ୍ଥାନୀୟଲୋକଙ୍କଠାରୁ ଖବରପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ଖୋଜଖବର ମିଳିପାରିନାହିଁ। ତେବେ ଗୋଟେପଟେ ରାତିଅଧିକ ଓ ଅନ୍ୟପଟେ ପାଣି ଅଧିକଥିବାରୁ ରାତିରେ ଖୋଜାଖୋଜିରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା ।କେଉଁ କାରଣରୁ ମହିଳାଜଣଙ୍କ ଆତ୍ମହତ୍ୟା କଲେ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଅନ୍ୟପଟେ ମହିଳାଙ୍କ ସାଙ୍ଗରେ ଥିବା ଯୁବକ ଜଣଙ୍କ କିଏ ତାହାକୁନେଇ ଚର୍ଚ୍ଚା ଯୋର ଧରିଥିବାବେଳେ ଯୁବକ ତାଙ୍କର ସର୍ମ୍ପକିୟ ବନ୍ଧୁବୋଲି ସ୍ଥାନିୟ ଅଂଚଳରେ ଆଲୋଚନା ହେଉଛି ।