ଭୁବନେଶ୍ବର:୨୩/୧୧- ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ସନିବାର ସକାଳେ ୨ ଟି ସ୍ଥାନରେ ଚଢଉ କରିଛି ବନ ବିଭାଗ । ଘଟଣା ଘଟିଛି ନିଆଳି ଅଞ୍ଚଳରେ । ନିଆଳି ରତନପୁର ଓ ବିନୀତପୁରରେ ଥିବା କରତକଳ ଉପରେ , ସିଟି ଡି ଏଫ ଓ ଅଶୋକ ମିଶ୍ର ଙ୍କ ନିର୍ଦେଶରେ ଏସିଏଫ ପ୍ରଶାନ୍ତ କୁମାରପଣ୍ଡା ଙ୍କ ଶହ 3 ଏସିଏଫ ,4ଟି ଡିଭିଜନର ରେଞ୍ଜର କର୍ମଚାରି , ପୋଲିସ ଓ କଟକ ଭିଜିଲାନ୍ସର ମିଳିତ ଭାବରେ ଏକକାଳୀନ ୨ ଟି ସ୍ଥାନରେ ଚଢାଉ କରିଛି । ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସହ ୨ଟି ମେସିନ କୁ ଜବତ କରିଛି ବନବିଭାଗ ।