ଜୁଭେନାଇଲ ଡ୍ରାଇଭିଂ ପାଇ ଆସୁଛି ନିୟମ

ଭୁବନେଶ୍ୱର,୬/୧୦(ଏସଏସନିଉଜ) କେନ୍ଦ୍ରସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନାପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ସଡ଼କପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟରବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯାହାର ସର୍ବାଧିକ ବେଗ ୨୫ କିଲୋମିଟରପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ଏବେକା ଆଇନରେ ୬୭ଟି ସଂଶୋଧନ ପ୍ରସ୍ତାବ କରିଛନ୍ତି, ଅକ୍ଚୋବର୧୫ ପର୍ଯ୍ୟନ୍ତ ଯାହା ଉପରେ ଲୋକେ ପରାମର୍ଶ ଦେଇ ପାରିବେ। ଏହି ସବୁ ସଂଶୋଧନରେ ସମ୍ପର୍କିତ ବିଧେୟକ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବ। ପ୍ରସ୍ତାବ ଅନୁସାରେ ୧୬ବର୍ଷ ପୁରଣ କରିସାରିଥିବା କିଶୋର କିଶୋରୀଙ୍କୁ ନିର୍ଦ୍ଧାରିତ ବେଗ ଓ ଇଞ୍ଜିନ ପାୱାର ସୀମା ପାଳନର ସହ ବିଶୁଦ୍ଧ ଇଲେକ୍ଟ୍ରିକ ଦୁଇଚକିଆ ବାହନ ଚଳାଇବାକୁ ଅନୁମତି ମିଳିବ ।
୧୮ବର୍ଷରୁ କମ ବୟଷ୍କ କୌଣସି ବ୍ୟକ୍ତିଙ୍କୁ ଅନ୍ୟ କୌଣସି ବାହନ ଚଳାଇବାକୁ ଅନୁମତି ମିଳିବ ନାହିଁ।

Comments (0)
Add Comment