ଭୁବନେଶ୍ୱର,୨୭/୩(ଏସ ଏସ ନିଉଜ)କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବାକୁ ଯାଉଛି । କରୋନା କଟକଣା ମଧ୍ୟରେ ୪୭ ଦିନ ଧରି ଚାଲିବାକୁ ଥିବା ଏହି ଅମରନାଥ ଯାତ୍ରାପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ପାଳନ କରି ଶ୍ରଦ୍ଧାଳୁ ମାନଙ୍କୁ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରବିବାର ଦିନ ଅମରନାଥ ବୋର୍ଡ ସହ ଏକ ବୈଠକ ଜମ୍ମୁ –କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା କରିଥିଲେ । ବୈଠକ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।