+୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ଵର,୫/୧୦(ଏସଏସନିଉଜ)ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ତାରିଖ ଘୋଷଣା ସହ କହିଛନ୍ତି ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ ବାହାରିବ। ବର୍ତ୍ତମାନ ଫର୍ମ ଫିଲଅପ୍‌‌ ଚାଲିଥିବା ବେଳେ ୭୫ପ୍ରତିଶତ ଉପସ୍ଥାନ ନଥିଲେ ଆଡମିଟ କାର୍ଡ ମିଳିବନି ବୋଲି କୁହାଯାଇଛି। ଏହାସହିତ କିଛି କଲେଜରେ କେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷଙ୍କୁ ସଚେତନ କରିବାକୁ କୁହାଯାଇଛି ବୋଲି କହିଛନ୍ତି।

Comments (0)
Add Comment