ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫/୮(ଏସଏସନିଉଜ) କାନନବିହାର ଫେଜ-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୮ ତମ ସ୍ୱାଧୀନତାଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ପ୍ରଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ବାବାଜୀ କୁମାରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପ କୁମାର ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତଗାନ ପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାରେ ମହାପୁରୁଷ ମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ l ମୁଖ୍ୟ ଅତିଥି ବାବାଜୀ କୁମାର ଆମ ଦେଶର ସ୍ୱାଧୀନତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଭାରତ ପରି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନେ ଜାଗ୍ରତ ପ୍ରହରୀ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଓଡିଆ,ହିନ୍ଦୀ,ସଂସ୍କୃତ ଓ ଇଂରାଜୀ ଭାଷାରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଇତିହାସ ନିଜର ବକ୍ତୃତାମାଧ୍ୟମରେ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପିଲାମାନଙ୍କୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ଛୋଟ ଛୋଟ ଶିଶୁମାନଙ୍କର ଦେଶଭକ୍ତି ଗୀତର ତାଳେତାଳେ ନୃତ୍ୟ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଓ ଅଭିଭାବିକାମାନଙ୍କର ହୃଦୟକୁ ସ୍ପର୍ଶକରିଥିଲା।ଅଭିଭାବକ ଅଭିଭାବିକାମାନଙ୍କର ବହୁ ମାତ୍ରାରେ ଉପସ୍ଥିତି ନୃତ୍ୟ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲା। ଶେଷରେ ବିଦ୍ୟାଳୟର ବିୟୋଜ୍ୟେଷ୍ଠା ଶିକ୍ଷୟିତ୍ରୀ ମନପାଲି ବାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment