ଜଟଣୀ,୨୪/୫(ଏସ ଏସ ନିୟୁଜ)ରାଜ୍ୟ ସରକାର ମଦ ଉପରେ ଟିକସ ଛାଡ଼ କରି ଅନଲାଇନ ଦ୍ୱାରା ଫୋନ କଲ ଯୋଗେ ଆବଶ୍ୟକ ବ୍ୟକ୍ତି ଙ୍କର ମଦ ପଂହଁଚାଈବା ର ନିଷ୍ପତିକୁ ରାଜ୍ୟ କଂଗ୍ରେସ ବିରୋଧ କରିଛି। ଏହାସହ ପେଟ୍ରୋଲ.ଡିଜେଲ. ଡାଲି. ତେଲ ଇତ୍ୟାଦି ଜନ ସାଧାରଣ ମାନଙ୍କର ଚଳଣି ନିମନ୍ତେ ସାମଗ୍ରୀ ଉପରେ ଟିକସ ଛାଡ଼ କରିବା ପାଇଁ ଦାବି କରି ରାଜ୍ୟର ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସ୍ମାରକ ପତ୍ର କଂଗ୍ରେସ ଦଳ ତରଫରୁ ଦିଆଯାଇଛି ।ଆଜି ସକାଳ 10.30ମିନଟ ସମୟରେ ଜଟଣୀବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ନେତୃତ୍ୱରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ. ପଦୁ ରାୟ. ଶିଶିର ପରିଡା. ଜଟଣୀ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ରାଉତରାୟ. ବାଲିଅନ୍ତା ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି. ଏସ ଏନ ଅଲ୍ଲୀ. ଦିଲୀପ ପ୍ରଧାନ. ରାକେଶ ଦାସ ଓ ଅନ୍ୟାନ ପ୍ରମୁଖ କଂଗ୍ରେସ ନେତୃ ମଣ୍ଡଳୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହିତ ରାଜ୍ୟ ସରକାରଙ୍କ ନିଷ୍ପତି କୁ ସମାଲୋଚନା କରା ଯାଇଛି। ମଦ ପରିବର୍ତ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଡିଜେଲ. ପେଟ୍ରୋଲ. ଗ୍ୟାସ. ଡାଲି ତେଲ ଘିଅ ଉପରେ ଟିକସ ଛାଡ଼ କରିବା ପାଇଁ ଜଟଣୀ ବିଧାୟକ ସରକାର ଙ୍କ ପାଖରେ ଦାବି ରଖିଛନ୍ତି ।
ଜଟଣୀ ନଗରକଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକୀପତ୍ର
