ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାପରେ ଶ୍ରୀରାମ ଜନ୍ମଭୂମିଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ ମନ୍ଦିରରେ ଉତ୍ସବ ପାଳନ କରାଯିବ । ସେହିପରି ରାମମନ୍ଦିର ପ୍ରତିଷ୍ଠା ଦିନ ମନ୍ଦିର ପରିସରକୁ ପ୍ରାୟ ୧୦ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛିା

 

Comments (0)
Add Comment