ଜମୁଛି ବାରଙ୍ଗର ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା

ଆଜି ଦାଢାପାଟଣା ଗାଁରେ ଭସାଣି

ବାରଙ୍ଗ, ୧୯/୧୧(ଏସଏସନିଉଜ) ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ବାରଙ୍ଗ ଅଂଚଳରେ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ ପ୍ରଭୁକାର୍ତ୍ତିକେୟ ଙ୍କର ପୂଜାଅର୍ଚ୍ଚନା ଚାଲିଛି। ଏହି ପୂଜା ୧୦ଦିନ ଧରି ଚାଲିବାକୁ ଥିବାବେଳେ ସନ୍ଧ୍ୟା ହେବାମାତ୍ରେ ପୁଜମଣ୍ଡପରେ ଲାଗୁଛି ଗହଳି । କିଣାବିକାର ପସରା ସାଙ୍ଗକୁ ଚଟାପଟ ଖାଦ୍ୟ ଓ ତାସାଙ୍ଗକୁ ମିନାବଜାରର ମଜା ଉଠାଉଛନ୍ତି ଦର୍ଶକ। ୧୦ଦିନ ଧରି ଚାଲିବାକୁ ଥିବା ଏହି ପୁଜାବଜାରରେ ବିଭିନ୍ନ ପୂଜାମଣ୍ଡପ ପାଖରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନକୁ ବେଶ ମନଲୋଭା କରିଛି ।ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ମାଳାରେ ପୁରା ସଜେଇ ହୋଇପଡିଛି ବାରଙ୍ଗ ଅଂଚଳ।ବିଶେଷ କରି ଦାଢାପାଟଣା ଗାଁରେ ଅଧିକ ମେଢ ହୋଇଥିବାରୁ ଦେଖଣା ହାରୀଙ୍କ ଭିଡ ଲାଗିରହିଛି।ଏହାସହ ଗାଁମୁଣ୍ଡରେ ପଡିଥିବା କିଣାବିକାର ପସରାରେ ଭୀଡ ଜମାଉଛନ୍ତି ଦର୍ଶକ। ପୂଜାମଣ୍ଡପ ନିକଟରେଭଜନ ସମାରୋହ,ଘୋଡାନାଚ, ପାଲା ସହ ମେଲୋଡି କାର୍ଯ୍ୟକ୍ରମ ଅଧିକ ମନୋରମ କରୁଛି।


ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ ଏହାକୁ ଆକର୍ଷଣୀୟ କରିବାପାଇଁ ପୂଜାକମିଟି କର୍ମକର୍ତ୍ତାମାନେ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।ଏଥର ଦୁଇଟି ପର୍ଯ୍ୟାୟରେ ଭସାଣି ହେବାକୁ ଯାଉଛି। ପ୍ରଥମପର୍ଯ୍ୟାୟ ଭସାଣିରେବୁଧବାର ରାତିରେ ଅନୁଷ୍ଠିତ ହେବ।ଏଥିରେ ଦାଢ଼ାପାଟଣାଗାଁର ୧୫ଟି ମେଢ଼ ସାମିଲ ହେବାକୁ ଯାଉଛନ୍ତି ।ଏହି ମେଢ଼ଗୁଡ଼ିକ ଯାତ୍ରାପଡିଆରେ ଏକାଠି ହୋଇ କ୍ରମାନ୍ୱୟରେ ଦାଢ଼ାପାଟଣାଗାଁ ପରିକ୍ରମା କରି ଗାଁ ଶେଷଭାଗ ଆଡ଼କୁ ହୋଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ଗୁଡ଼ିକ ବିସର୍ଜନ କରିବେ।ସେହିଭଳିଭାବେ ଦ୍ୱିତୀୟ ପର୍ଯ୍ୟାୟ ଭସାଣି ୨୫ ତାରିଖରେ ଅନୁଷ୍ଠିତ ହେବ।ଏହି ଭଷାଣୀରେ ତ୍ରିଶୂଳିଆ-୧,ତ୍ରିଶୂଳିଆ-୨,ନରଣପୁର ,ମୁଣ୍ଡମୁହାଣ, ଫକିରପଡା,କୃଷ୍ଣଚନ୍ଦ୍ରପୁର(କ),କୃଷ୍ଣଚନ୍ଦ୍ରପୁର(ଖ),ବେଲଗଛିଆ,ଗୋଠପୁର,କୁସିନ୍ଦା,ମଧୁବନ,ମଧୁପୁର,ଫୁଲପୋଖରୀ,ବଚ୍ଛିପୁର,କଣ୍ଟାପାଟଣା,ପଂଚୁପାଳ,ପୁରୁଣାବାରଙ୍ଗ,ଦାଢାପାଟଣା ଆଦି ଗ୍ରାମର ୨୬ଟି ମେଢ ସାମିଲ ହେବେ।ସାମିଲ ହେବାକୁ ଥିବା ମେଢ଼ଗୁଡ଼ିକ ମଧ୍ୟରେ ପ୍ରାୟ ମେଢ଼ର ଆକାର ବଡ ଥିବାବେଳେ ପାରମ୍ପାରିକ ବାଦ୍ୟ ଓ ସୁସଜ୍ଜିତ ଆଲୋକ ସାଜସଜ୍ଜାକୁ ପୂଜା କମିଟିମାନେ ଗୁରୁତ୍ଵ ଦେଉଥିବାର ଜଣାପଡିଛି।ତ୍ରିଶୂଳିଆ ପୁଜାକମିଟି ପକ୍ଷରୁ କଳସଯାତ୍ରା ସହ ଅଘୋରି ବାବାଙ୍କ ନୃତ୍ୟୁ ଏଥର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି ।ସମସ୍ତ ମେଢ଼ଗୁଡ଼ିକ ଶାନ୍ତିକମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ଗାଁରୁ ବାହାରି ବାରଙ୍ଗ ମୁଖ୍ୟରାସ୍ତା ଉପରକୁ ଆସିବେ।
ମେଢଗୁଡିକ ପର୍ଯ୍ୟାୟକ୍ରମେ ବାରଙ୍ଗବ୍ଲକ ସମ୍ମୁଖରେ କରାଯାଇଥିବା ଶାନ୍ତିକମିଟି ମଞ୍ଚ ପାଖକୁ ଆସି ଭୋଗହାଣ୍ଡି ନେଇବ୍ଲକପଛପଟେ କରାଯାଇଥିବା ଅସ୍ଥାୟୀ ପୋଖରୀକୁ ଯାଇ ବିସର୍ଜନ କରିବେ ।ଏଥର ପ୍ରଥମକରି ଗୋଠପୁରଗାଁ ମେଢ଼ ଭସାଣିରେ ସାମିଲ ହେବାକୁ ଯାଉଛି ବୋଲି ଶାନ୍ତିକମିଟି ସମ୍ପାଦକ ସୁରେଶମହାନ୍ତି କହିଛନ୍ତି ।

Comments (0)
Add Comment