ଭଦ୍ରକ, ୧୨/୧୦(ଡିଏନଏ)ଚଳନ୍ତା କୋଇଲାବୋଝେଇ ଟ୍ରେନରୁ କୋଇଲାଚୋରୀ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଉମାକାନ୍ତ ପତି ନାମକ ବୃଦ୍ଧ । ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ଗ୍ରାମର ଏହି ବୃଦ୍ଧ ଜଣଙ୍କ କୋଇଲା ଟ୍ରେନରେ ଚଢି କୋଇଲା କାଢୁଥିଲେ ।ଏହି ସମୟରେ ଉପରେ ଯାଇଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତଳକୁ ଗଳି ପଡ଼ିଥିଲେ।ତାଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।