ଇତିହାସ ବିଭାଗର ପାଠଚକ୍ର

ଇତିହାସ ବିଭାଗର ପାଠଚକ୍ର

ବାରଙ୍ଗ ୧୨।୧୧(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଦ୍ବାରା ମଙ୍ଗଳବାର ଦ୍ବିତୀୟପର୍ଯ୍ୟାୟ ପାଠଚକ୍ର ଆୟୋଜିତ ହୋଇଥିଲା।ପାଠଚକ୍ରର ବିଷୟବସ୍ତୁ ଥିଲା ” ଅଶୋକ ବିଶ୍ବଶାନ୍ତିର ପ୍ରତୀକ”।ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତକୁମାରରାଉତ ସଭାର ଆୟୋଜକ ଥିଲେ।ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଟିତ ପାଠଚକ୍ରରେ ନାକର କୋଅର୍ଡିନେଟର ଡକ୍ଟର ସନ୍ତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସୁଶ୍ରୀ ପ୍ରୀତିପ୍ରଜ୍ଞା ରାଉତ ଭିତ୍ତି ପ୍ରବନ୍ଧପାଠ କରିଥିଲେ।ସୁଶ୍ରୀ ଅନିତା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।ତିନିଜଣ ଛାତ୍ରଛାତ୍ରୀ ପ୍ରବନ୍ଧପାଠ କରିଥିଲେ।ପାଠଚକ୍ରର ମୁଖ୍ୟ ଆକର୍ଷଣ ଥିଲେ ବର୍ଷିୟାନ୍ ଐତିହାସିକ, ପ୍ରାଧ୍ୟାପକ ଓ ପ୍ରାକ୍ତନ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ଡକ୍ଟର ହେମନ୍ତ କୁମାର ପରିଜା।ଡକ୍ଟର ପରିଜା ବିଶ୍ବଶାନ୍ତି କ୍ଷେତ୍ରରେ ଅଶୋକଂକ ପ୍ରଭାବ ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟର ସବୁ ବିଭାଗର ଶିକ୍ଷକ,କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ପାଠଚକ୍ରରେ ଯୋଗଦାନ କରିଥିଲେ।

Comments (0)
Add Comment