ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ।ଟେଣ୍ଡର ଫିକ୍ସିଂକୁ ନେଇ ଆସିଥିଲେ ବିବାଦ ଘେରକୁ ।ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ ।
ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ମିଳିଲା ଦାୟିତ୍ୱ । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସୁନୀଲ ନରବାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳହାଣ୍ଡିର ପିଡି ଡିଆରଡିଏ ଭାବେ ମିଳିଛି ଦାୟିତ୍ୱ ।
ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର, ୟେଦୁଲ୍ଲା ବିଜୟଙ୍କୁ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ,ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ, ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜର ପିଡି ଡିଆରଡିଏ, ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁରର ଉପ-ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡାଙ୍କୁ ଆରପିଏର ଅତିରିକ୍ତ ଦାୟିତ୍ୱ ମିଳିଛି ।
ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ
