ଗୋଟିଏ ଜୁଇରେ ଜଳିଲା ପତିପତ୍ନୀଙ୍କ ମୃତଦେହ

କେନ୍ଦ୍ରାପଡ଼ା,୨୭/୩(ଏସ ଏସ ନିଉଜ) ବାହାଘରର ଦିନକେଇଟା ପରେ ଆର ପାରିକୁ ଚାଲିଗଲେ ନବବିଭାହିତ ପତିପତ୍ନୀ।ପାରିବାରିକ କଳହ କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତୁବରଣ କରିଛନ୍ତି ।ଏହି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା କଳପଡା ଗାଁରେ ଘଟିଛି।ମୃତକ ସ୍ୱାମୀ-ସ୍ତ୍ରୀ ହେଲେ ୨୫ ବର୍ଷ ବୟସ୍କରବୀନ୍ଦ୍ର ବେହେରା ଓ ୨୨ବର୍ଷ ବୟସ୍କ ଅନୁସୂୟା ବେହେରା ।
ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ବିଷ ପିଇ ଘର ପାଖରୁ କିଛି ଦୁରରେ ଥିବା ଏକ ଚାଷ ଜମିରେ ପଡିଥିବା ବେଳେ ଉଦ୍ଧାର କରି ପରିବାର ଲୋକ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିଥିଲେ।ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ୨୫ ତାରିଖରେ ପ୍ରଥମେ ସ୍ତ୍ରୀ ଓ ଶନିବାର ସନ୍ଧ୍ୟାରେ ରବିନ୍ଦ୍ର ମୃତ୍ୟୁ ବରଣ କରିଥିବା ଜଣାପଡିଛି।ପରେ ଗାଁ ମଶାଣିରେ ଉଭୟଙ୍କ ଶବଦାହ ହୋଇଥିଲା ।ଏହାକୁ ନେଇ ଗ୍ରାମରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments (0)
Add Comment