ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ,୬।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ କରଞ୍ଜିଆ ଡିଭିଜନରୁ ଉଦ୍ଧାର ହୋଇଥିବା ୬ବର୍ଷ ର ଅଣ୍ଡିରା ହାତୀ ଛୁଆ ସୋମବାର ଦିନ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗିଛି । ଏହି ହାତୀ ଛୁଆ ଟି ଠିଆ ହେବାକୁ ସକ୍ଷମ ହୋଇପାରୁନଥିବା ସୂଚନା ମିଳିଛି । ଏଠାକୁ ଆସିବା ପରେ ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , କରଞ୍ଜିଆ ଅଧୀନରେ ଥିବା ପୋକାମୁଣ୍ଡା ଗ୍ରାମରେ ଏକ ମୟୂର ଉତ୍ତୋଳନ ସ୍ଥାନରେ ଆହତ ଅବସ୍ଥାରେ ଏହି ହାତୀ ଛୁଆ ଟି ପଡ଼ିରହିଥିଲା। କରଞ୍ଜିଆ ଡିଭିଜନ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। ହାତୀକୁ ଅଧିକ ଚିକିତ୍ସା ପାଇଁ ଆଜି ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment