ନୀଳଗିରି, ୨୮/୧୨(ଏସଏସନିୟୁଜ) ଗତକାଲି ରାତିରେ କୁଲଡିହା ଅଭୟାରଣ୍ୟରୁ ଏକ ହାତୀ ଆସି ମାନଗଡ଼ ଗାଁରେ ହାତୀ ପଶି ଘର ଭାଙ୍ଗିଛି ।କେବଳ ଘର ଭାଙ୍ଗିନାହିଁ ଏହାସହ ଘରଭିତରେ ରହିଥିବା ଦାନ ମଧ୍ୟ ଖାଇଛି । ଶ୍ରୀକାନ୍ତ ଦନାକ ସପରିବାରେ ଶୋଇପଡିଥିବାବେଳେ ହାତୀଟି ଆସି ଘର କାନ୍ଥ ଭାଙ୍ଗିବାସହ ଧାନ ଖାଇଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ହେଉଥିବାରୁ ଗ୍ରାମରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ଖବରପାଇ ବନବିଭାଗ କର୍ମଚାରୀମାନେ ଆସି ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଛନ୍ତି ।
ହାତୀ ଘର ଭାଙ୍ଗି ଖାଇଲା ଧାନ
