ଗୁଣ୍ଡୁଚିକୁ ସାହାର୍ଯ୍ୟ କଲେ ଓଡିଶା କିନ୍ନର ମହାସଂଘ

ବାରଙ୍ଗ,୨୭/୭(ଏସଏସନିୟୁଜ)ଅସହାୟଙ୍କୁ ସାହାରା ଦେଲେ ଓଡିଶା କିନ୍ନର ମହାସଂଘ ।ସେମାନଙ୍କ ଦୁଃଖରେ ସାମିଲ ହୋଇ ପକ୍କା ଘରର ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ମଧ୍ୟ ଦେଲେ । ଏହିଭଳି ଏକ ପରିବେଶ ମଙ୍ଗଳବାରଦିନ ଉତ୍ତରନିର୍ବାଚନମଣ୍ଡଳୀର ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ପଞ୍ଚାୟତରେ ଦେଖିବାକୁ ମିଳିଥିଲା ।
ବରିମୁଣ୍ଡ ପଞ୍ଚାୟତ ୧୧ ନମ୍ବର ୱାର୍ଡ ଭୋଇ ସାହିରେ ରହୁଛନ୍ତି ୫୭ବର୍ଷୀୟ ଗୁଣ୍ଡିଚି ଭୋଇ । ବୃଦ୍ଧା ବାପା ,ତାଙ୍କ ସ୍ତ୍ରୀ , ଦୁଇ ଭଣଜା ଓ ଦୁଇ ଭଉଣୀକୁ ମିଶାଇ ୭ ଜଣଙ୍କୁ ନେଇ ଗରିବ ପରିବାରଟିଏ । ବିଲ ବାଡ଼ିରେ ମୂଲ ଲାଗି ଯାହା ପାରିଶ୍ରମିକ ମିଳିଲା ସେଥିରେ କଷ୍ଟମଷ୍ଟେ ଚଳିଯାଆନ୍ତି । ଘର କଥା ତ ବହୁ ଦୂରରେ ,ଦି ଓଳି ଗଣ୍ଡେ ଠିକସେ ଖାଇବାକୁ ମଧ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ ସମ୍ଭବ ହେବା ବଡ କଷ୍ଟ ହେଇ ପଡିଛି । କାରଣ ଯଉଁଦିନ କାମ ମିଳିଲା ସେଦିନ କାମକୁ ଗଲେ ,କାମ ନମିଳେ ସେଦିନ ରୋଜଗାର ବନ୍ଦ । ଦୀର୍ଘଦିନ ହେବ ପଲିଥିନ ଘୋଡେଇ ଚାଲିଆ କରି ରହୁଛନ୍ତି । ବର୍ଷା ହେଲେ ଚାଲିଆ ଯାକ ପାଣିରେ ଭର୍ତି ହେଇଯାଉଛି । ଏହି ଅବସ୍ଥା ମଧ୍ୟରେ ଚଳିବା ଭିତରେ ପରିବାରକୁ ଖରା ବର୍ଷ ଶୀତରୁ ରକ୍ଷା କରିବା ପାଇଁ ଛାତ ଘରଟିଏ କରିବାକୁ ସେ ଅସମର୍ଥ ବୋଲି ଦୁଃଖର ସହ ପ୍ରକଶ କରିଛନ୍ତି । ମହାବାତ୍ୟାରେ ଘର ମିଳିବ ବୋଲି ଦସ୍ତଖତ ନେଇଥିବାବେଳେ ଏପର‌୍ୟ୍ୟନ୍ତ ଆମକୁ ତାହା ମିଳି ପାରିନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଗୁଣ୍ଡିଚି ।ତେବେ ସରକାରି ଯୋଜନା ତାଙ୍କ ପାଇଁ ସାତସପନ ହୋଇଯାଇଛି । ଗୁଣ୍ଡିଚିର ପରିବାର ବିଷୟରେ ଖବରପାଇ ସାହାର୍ଯ୍ୟର ହାତ ବଢାଇଛି ଓଡିଶା କିନ୍ନର ମହାସଂଘ ।ଆଜି ମହାସଂଘର ଉପସଭାପତି ସ୍ୱିଟସାହୁ ଓ ସାଥିମାନେଅସହାୟ ଗରିବ ପରିବାର ଗୁଣ୍ଡିଚିଙ୍କ ଘରେ ପହଁଚିଥିଲେ । ଦୁଇ ତିନି ମାସର ରାସନ ସାମଗ୍ରୀ ଡାଲି ,ଚାଉଳ ,ଅଟା .ତେଲ ,ପିଆଜ ,ଆଳୁ ଆଦି ସାମଗ୍ରୀ ପ୍ରଦାନକରିବାସହ ଅତ୍ୟାବଶ୍ୟକ ଖର୍ଚ୍ଚପାଇଁ ପରିବାରକୁ ୫୦୦୦ ଟଙ୍କା ମଧ୍ୟ ସହାୟତା ପ୍ରଦାନ କରିଥିଲେ ।ଏହାସହ ସରକାରୀସ୍ତରରେ ଗୁଣ୍ଡିଚିକୁ କିଭଳି ପକ୍କାଘର ମିଳିବ ସେଥିନେଇ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସ୍ୱିଟସାହୁ ।

Comments (0)
Add Comment