ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments (0)
Add Comment