ଗୋରୁମାଂସ ବୋଝେଇ କ୍ୟାଣ୍ଟନର୍ ଜବତ

ବ୍ରହ୍ମପୁର,୨୬।୭(ଏସଏସନିଉଜ) ଆଜି ସକାଳେ ଛତ୍ରପୁରସ୍ଥିତ ଡିଆର୍‌ଡିଏଛକ ନିକଟରେ ଏକ ଗୋମାଂସବୋଝେଇ ଟ୍ରକ୍‌ ଜବତ ହୋଇଛି ।ଏହା କଟକରୁ ହାଇଦ୍ରାବାଦକୁ ଯାଉଥିଲା ବୋଲି ଜଣାପଡିଛି ।ଜବତ କ୍ୟାଣ୍ଟନର୍ ଚୁଙ୍ଗୁଡ଼ିଟ୍ରକ୍ ବୋଝେଇ ନାମରେ ଜି.ଏସ୍.ଟିବିଲ୍ ଦର୍ଶାଯାଇଛି ।ଏକ ଟ୍ରକ୍‌ ଯୋଗେ ଗୋରୁମାଂସ ଯାଉଥିବା କୌଣସିସୂତ୍ରରୁ ଖବର ଜଣାପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ପକ୍ଷରୁ ଗାଡ଼ିଟିକୁ ରୋକି ପୋଲିସର ଜିମା ଦିଆଯାଇଛି ।ବଜରଙ୍ଗଦଳ ସଦସ୍ୟମାନେ ଗୋଡାଇଗୋଡାଇ ଡିଆର୍‌ଡିଏ ଛକନିକଟରେ ଶୁକ୍ରବାର ପ୍ରତ୍ୟୁଷରେ ଗାଡ଼ିଟିକୁ ଅଟକାଇଥିଲେ ।ଏଥିରେ ପ୍ରାୟ ୧୨ଟନର ଗୋମାଂସ ରଖାଯାଇଥିବା ପୋଲିସ ଅନୁମାନ କରିଛି ।ଡ୍ରାଇଭର୍‌ଙ୍କୁ ଛତ୍ରପୁର ଥାନାକୁ ନେବାପରେ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Comments (0)
Add Comment