ଗିରଫ ହେଲେ କୋଟିପତି ସରକାରୀ ବାବୁ

ମାଲକାନଗିରି,୧୬/୩(ଏସଏସନିଉଜ) ୬ମାସ ତଳେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇଆସିଥିବା ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓ ଙ୍କ ମାଲକାନଗିରି ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ସ୍ଥିତ ପୈତୃକ ବାସଭବନ ଓ ବିଶାଖାପାଟଣାରେ ଥିବା ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଗତକାଲି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ନବରଙ୍ଗପୁର ସ୍ଥିତ ଏଲଆଇସି ଅଫିସ ନିକଟରେ ଥିବା ଦୁଇଟି ତିନି ମହଲା ବିଶିଷ୍ଟ ଘର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୨୧ କୋଟି ଟଙ୍କା, ନଗଦ ୧ ଲକ୍ଷ ୭୫ ହଜାର ୯୫୦ ଟଙ୍କା, ୮ ଟି ପ୍ଲଟ ଥିବା ଜଣାପଡିଛି ।ଏଥିସହ ଗୋଟିଏ ଚାରି ଚକିଆ ଗାଡି ସହ ଗୋଟିଏ ଦୁଇ ଚକିଆ ଗାଡି, ସୁନା, ରୁପାର ଅଳଙ୍କାର ଓ ବ୍ୟାଙ୍କ ଡିପୋଜିଟରେ ଆନୁମାନିକ ୧୧.୭୩ ଲକ୍ଷ ଟଙ୍କା ରହିଥିବାର ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଥିଲେ ।ବୁଧବାରଦିନ ଭିଜିଲାନ୍ସ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମକ୍କା ଆନନ୍ଦ ରାଓଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ।

 

 

Comments (0)
Add Comment