ଘରେ କରୁଥିଲେ ଦେଶୀ ମଦ ପ୍ୟାକେଟ

ଧରିଲା ଅବକାରୀ ବିଭାଗ

 

ବାରଙ୍ଗ,୨୭|୯ (ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରୁ ଶୁକ୍ରବାର ରାତିରେ ବିପୁଳ ଦେଶୀମଦ ଜବତ କରିଛି କଟକ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ଏହି ଘଟଣାରେ ଅବକାରୀ ବିଭାଗ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଇଞ୍ଜଣା ଗ୍ରାମର ବାବାଜୀଭୋଇ (୪୮) ଏବଂ ସୋମନାଥଭୋଇ(୧୯)।
ପ୍ରକାଶ ଯେ, ଇଞ୍ଜଣା ଗ୍ରାମରେ ଦେଶୀମଦ କାରବାର ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୨୨୦ ଲିଟର ଦେଶୀମଦ ସମେତ ଏକ (ଓଆର୦୨ ଏଇ ୬୦୩୩) କାରକୁ ଜବତ କରିଛି ଅବକାରୀ ବିଭାଗ। ଏହି ଦୁଇଜଣ ଦେଶୀମଦ ଆଣି ଘରେ ପ୍ୟାକେଟ କରି ଏକ କାର ଯୋଗେ ସବୁଆଡ଼େ ଚାଲାଣ କରିଥାନ୍ତି।ଅବକାରୀ ଉପ ଅଧିକ୍ଷକ ସୁଚରିତା ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ନିରୀକ୍ଷକ ରାଧାକାନ୍ତ ଭୋଇ, ହୀରା ଦଳପତି, ବିରବଲ୍ ଗଡ଼ନାୟକ, ଦିଲୀପ କୁମାର ନନ୍ଦ, ରୋଜାଲିନ ପଟ୍ଟନାୟକ, ଦିଲଜିତ୍ ଦାସ, ଶିବାନନ୍ଦ ଷଡ଼ଙ୍ଗୀ ପ୍ରମୁଖ କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ।

Comments (0)
Add Comment